spot_img

ସକାଳର ମୁଖ୍ୟ ଖବର

(୧) ଆଜି ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ……. ମନ୍ଦିର ଖୋଲିବା ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ପ୍ରସଙ୍ଗରେ ହେବ ଆଲୋଚନା….. କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଛି ବଡଦେଉଳ…..
(୨) ତେଜୁଛି କୃଷକ ଆନେ୍ଦାଳନ…. ଆଜି ଜୟପୁର- ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ କରିବେ ଆନେ୍ଦାଳନକାରୀ…. ସୁରକ୍ଷା କଡାକଡି….. ଏପଟେ ସୁପ୍ରିମକୋର୍ଟ ଗଲା ଭାରତୀୟ କୃଷକ ମୋର୍ଚ୍ଚା…. ପୁଣି ଆଲୋଚନା ପାଇଁ କୃଷି ମନ୍ତ୍ରୀ ତୋମାରଙ୍କ ପ୍ରସ୍ତାବ……
(୩) କନ୍ଧମାଳ ଗୋଚ୍ଛାପଡାରେ ମାଓବାଦୀ ଯବାନ ଗୁଳି ବିନିମୟ….. ଜଣେ ମହିଳା କ୍ୟାଡର ନକ୍ସଲ ନିହତ…… ଗୋଚ୍ଛାପଡା ଥାନା ଏସଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ କମ୍ବିଂ ଅପରେସନ…… ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଡିଜିପିଙ୍କ ଆହ୍ୱାନ……
(୪) ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନାର ବୁରୁପଡା ଗାଁରେ ଅଭାବନୀୟ ଘଟଣା…. ବିଲରେ ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତ୍ତିଙ୍କ ମୃତୁ୍ୟ…… ଭୋର ୪ ଟାରେ କୋବି ତୋଳିବାକୁ ଯାଇଥିଲେ ବିଲକୁ……
(୫) ଆମେରିକାରେ ଫାଇଜରକୁ ଅନୁମତି…… ଫୁଡ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ ଦେଲା ପରମିସନ୍…… ୨୪ ଘଣ୍ଟା ଭିତରେ ହେବ ପ୍ରଥମ ଟିକା କରଣ…… ବ୍ରିଟେନ ପରେ ଆମେରିକାରେ ସାମୁହିକ ବ୍ୟବହାର….
(୬) ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ….. ଆତ୍ମଜୀବନୀ ‘କୋଆଲିସନ ଇୟର୍ସ’ ର ଚତୁର୍ଥ ପର୍ବରେ ଲେଖିଲେ ଅକୁହା କଥା….. ୨୦୧୪ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ ଓ ମନମୋହନଙ୍କୁ କରିଛନ୍ତି ଦାୟୀ…… ଆଗାମୀ ଜାନୁଆରୀରେ ପୁସ୍ତକ ହେବ ଉନ୍ମୋଚନ……
(୭) ଶୀତରେ ଥରୁଛି ଅଧା ଓଡିଶା…… ଉପକୂଳ ଜିଲ୍ଲାରେ ଦେଖିବାକୁ ମିଳୁଛି ଘନକୁହୁଡି….. ୨୪ ଘଣ୍ଟାରେ ୮ ଜିଲ୍ଲାରେ କୁହୁଡି ପଡିବା ସମ୍ଭାବନା… ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ……

LEAVE A REPLY

Please enter your comment!
Please enter your name here

- Advertisment -

Most Popular