ମୁମ୍ବାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଅମୀର ଖାନଙ୍କ ସାର୍ଟଲେସ ଫଟୋ । ତାଙ୍କ ଫଟୋଗ୍ରାଫର ଅବିନାଶ ଗୋୱାରିକର ଏହି ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅନେକ ଦୀନ ପରେ ଅମୀରଙ୍କ ଏପରି ଲୁକ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରିଛନ୍ତି । ଫଟୋରେ ଅମିର ନିଜର ସୋଲଡ଼ର ମସଲକୁ ସୋ କରୁଥିବାର ନଜର ଆସିଛନ୍ତି ।

ଅବିନାଶ ଏହି ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି ‘ସୁଟିଂ ଶେଷ ହେବା ପରେ ଅମୀର ଖାନଙ୍କ ସହ, ସେ ଦିନକୁ ଦିନ ୟଙ୍ଗ ଦିଶୁଛନ୍ତି’ । ନିକଟରେ ଅମୀର ନିଜର ‘ଫିଲ୍ମ ଲାଲ ସିଂ ଚଡ୍ଡା’ ର ସୁଟିଂ ଶେଷକରିଛନ୍ତି । ଯେଉଁଥିରେ ସେ ନିଜର ଦାଢ଼ୀ ଏବଂ ନିଶ ବଢ଼ାଇଥିଲେ ।

ପିଲ୍ମର ସୁଟିଂ ଶେଷ ହେବା ପରେ ବର୍ତ୍ତାନ ସେ ନିଜର ପୂର୍ବ ଲୁକ୍ ଫେରିଛନ୍ତି । ସେୟାର ହୋଇଥିବା ଫଟୋରେ ଅମୀର ଖୁବ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ଆଗକୁ ଅମୀର ଆଉ ଏକ ଅପକମିଙ୍ଗ ଫିଲ୍ମ ମୋଗଲ ର ସୁଟିଂ ଆରମ୍ଭ କରିବେ । ଚଳଚିତ୍ରଟି ଗୁଲଶନ କୁମାରଙ୍କ ବାୟୋପିକ ଉପରେ ଆଧାରିତ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0