ଅନୁଗୋଳ: ଅନୁଗୋଳ ଜିଲ୍ଲା କଣଲୋଇ ଅଞ୍ଚଳରୁ ପାଖାପାଖି ଗୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ।ଶନିବାର ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବହୁ ପରିମାଣର ଗଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କରିଛି ବିଭାଗ। ପ୍ରାୟ କୋଟିଏ ଟଙ୍କା ପାଖାପାଖି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ କାଟିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଏହି ଚଢ଼ାଉରେ ଅନଗୁଳ ଅବକାରୀ ବିଭାଗ, ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ରେଞ୍ଜର ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0