spot_img

ପ୍ରବଳ ବର୍ଷା ଆଶଙ୍କା….୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । କାଲି ସୁଦ୍ଧା ୧୧ଟି ଜିଲ୍ଳାକୁ ସର୍ତକ କରିଦିଆଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ, କନ୍ଧମାଳ,ଏବଂ ଯାଜପୁର ଭଳି ଜିଲ୍ଳାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଆଶଙ୍କା କରାଯାଉଛ । ଏହି ସବୁ ଜିଲ୍ଳା ଗୁଡିକୁ ୟୋଲୋ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ,ଦେବଗଡ,ସୋନପୁର,ସମ୍ବଲପୁର, ବୈାଦ୍ଧ, ମୟୂରଭଞ୍ଜ,ଝାରସୁଗୁଡା, କେନ୍ଦୁଝର,ଯାଜପୁର, ଭଦ୍ରକ, ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଅନୁଗୁଳ, ଢେଙ୍କାନାଳ,ମୟୂରଭଞ୍ଜ,ବରଗଡ, ସମ୍ବଲପୁର, ନବରଙ୍ଗପୁର,ବଲାଙ୍ଗୀର , ନୂଆପଡା,ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular