ସାରା ବିଶ୍ୱରେ ଧର୍ମ ନିରେପେକ୍ଷ ରାଷ୍ଟ୍ର ଭାବେ ପରିଚିତ ଭାରତ । ଏନେଇ ପୁଣି ଥରେ ଉଦାରତା ଦେଖାଇବାକୁ ଯାଉଛି ଭାରତ । ସୂଚନା ମୁତାବକ ପ୍ରାୟ ୭୦୦ ହିନ୍ଦୁ ଏବଂ ଶିଖ୍ ଙ୍କୁ ଦିଲ୍ଲୀରେ ରହିବାର ଅନୁମତି ଦେବେ ଭାରତ ସରକାର । କିଛି ଦିନ ହେବ ଆଫଗାନିସ୍ତାନରେ ଥିବା ହିନ୍ଦୁ ଏବଂ ଶିଖ୍ ମାନଙ୍କ ଉପରେ ଅତ୍ୟାଚାର ହେବା ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଏମାନଙ୍କୁ ଲକ୍ଷ୍ୟ କରୁଥିବା ଜଣାପଡୁଛି । ଏନେଇ ଭାରତ ସରକାର ସମସ୍ତ ପୀଡିତମାନଙ୍କୁ ଆଶ୍ରାୟ ଦେବା ସହ ଲମ୍ବା ସମୟର ଭିସା ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଭାରତର କିଛି ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଆଫଗାନିସ୍ତାନରେ କାମ କରିଆସୁଛନ୍ତି । ସୂଚନା ମୁତାବକ ଗତ କିଛି ମାସ ହେବ ଆଫଗାନିସ୍ତାନରେ ଶିଖ ନେତା ଏବଂ ହିନ୍ଦୁ ମୁଖ୍ୟ ନେତାମାନଙ୍କ ଉପରେ ଲକ୍ଷ୍ୟ ରଖାଯାଇଛି । ଯାହା ଫଳରେ ଜଣେ ଆଫଗାନି ଶିଖ୍ ନେତାଙ୍କୁ ଅପହରଣ କରି ନେବା ପରେ ସୁର କ୍ଷା ଦୃଢି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବ ଟ୍ୱିଟ କରି ସୂଚନା ଦେଇଛନ୍ତି ।
We welcome the safe return of Shri Nidan Singh Sachdeva, a leader of the Hindu and Sikh community in #Afghanistan.
We convey our appreciation to the Afghan leadership, security forces and tribal elders whose efforts secured the return.
— Anurag Srivastava (@MEAIndia) July 18, 2020
ସୂଚନା ଥାଉକି, ଗତ ବର୍ଷ ଭାରତ ସରକାର ନାଗରିକତା ସଂଶୋଧନ ଆଇନରେ ପରିବର୍ତ୍ତନ ଆଣିଥିଲେ । ଯାହା ଆଧାରରେ ପାକିସ୍ତାନ ଓ ଆଫଗାନିସ୍ତାନରେ ରହୁଥିବା ସମସ୍ତ ହିନ୍ଦୁ, ଜୈନ, ଶିଖ୍, ପାର୍ସି ଏବଂ ବୌଦ୍ଧ ଧର୍ମର ଲୋକମାନଙ୍କୁ ଭାରତରେ ରହିବା ପାଇଁ ସ୍ଥିର କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0