ସୋନପୁର: ସୋନପୁରରେ ହାଡଭଙ୍ଗା ଶୀତ । ଗତ କିଛି ଦିନ ହେଲା ତାପମାତ୍ରା ଦିନରେ ବି ହ୍ରାସ ପାଉଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲିସିୟସ ଥିବାବେଳେ ସବୁବେଳ ତାପମାତ୍ର ୯ ଡିଗ୍ରୀ ତଳେ ରହିଛି । ଶୀତର ମାତ୍ରା ଦିନବେଳା ପର୍ୟ୍ୟନ୍ତ ମଧ୍ୟ ଏତେ ଅଧିକ ଯେ, ଦିନବେଳା ୧୦ଟା ପର୍ୟ୍ୟନ୍ତ ଲୋକେ ନିହାତି କାମ ନପଡିଲେ ଘରୁ ପଦାକୁ ବାହାରୁ ନାହାନ୍ତି । ଲୋକେ ନିଆଁ ଜାଳି ରହୁଥିବା ଦେଖିବାକୁ ମିଳିଛି ।
ସୋନପୁରରେ ପାରଦ ଦିନକୁ ଦିନ ତଳକୁ ତଳ ଖସୁଛି । ସାରା ଜିଲ୍ଲା ଜାଡରେ ଥରୁଛି । ସକାଳୁ ଓ ସଂଧ୍ୟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ସକାଳୁ ସକାଳୁ ରାସ୍ତାଘାଟ ଭଲକରି ଦେଖାଯାଉନଥିବା ବେଳେ ଦିନ ୧୦ଟା ଯାଏଁ ଘରୁ ବାହାରି ହେଉନାହିଁ । ଫଳରେ ରିକ୍ସା କି ଟ୍ରଲି ଟାଣି ପେଟ ପୋଷୁଥିବା ଶ୍ରମିକମାନେ କାମକୁ ଯାଇ ପାରୁନାହାନ୍ତି ।
ପ୍ରତିବର୍ଷ ଭଳି ଏ ବର୍ଷ ବି ସୋନପୁରକୁ ଶୀତ ଆସିଛି । କାକର ବିନ୍ଦୁରେ ଜାଲ ବୁଣିଛି ବୁଢିଆଣୀ, ସଜେଇ ହୋଇଛି ଘାସ ଗାଲିଚା, ଫୁଲେଇ ହେଉଛି ଫୁଲ । ଗଛ ଡାଳରେ ବସି ଶୀତର କବିତା ଲେଖୁଛି ପକ୍ଷୀ, ହେଲେ ଏତେସବୁ ଭିତରେ ଜାଡରୁ ବର୍ତିବା ପାଇଁ ନିଆଁ ଜାଳି ବସି ରହୁଛନ୍ତି ଶ୍ରମିକ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0