ଗଞ୍ଜାମ: ବିଲରେ ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତ୍ତିଙ୍କ ମୃତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପୁରୁଣା ବୁରୁପଡା ଗାଁରେ । ମୃତ ଦମ୍ପତ୍ତି ହୀନ ସାମଲ ଓ ତାଙ୍କ ସ୍ତ୍ରୀ ବିଷ୍ଣୁ ସାମଲ ବୋଲି ଜଣାପଡିଛି । ଶନିବାର ଭୋର ପ୍ରାୟ ୪ ଟା ବେଳେ ଏକ ଦମ୍ପତି ସେମାନଙ୍କ ବିଲକୁ ଫୁଲ କୋବି ତୋଳିବାକୁ ଯାଇଥିଲେ । ତେବେ ସେମାନଙ୍କ ବିଲ ଦେଇ ଯାଇଥିବା ୧୧ କେଭି ବିଦୁ୍ୟତ୍ ଲାଇନର ତାର ଛିଡି ବିଲରେ ପଡିଥିଲା । ସେମାନେ ଏହା ସମ୍ପର୍କରେ ଜାଣିପାରିନଥିଲେ ଏବଂ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଖବର ପାଇ ସେମାନଙ୍କ ପୁଅ ଗୌଡ ସାମଲ ସେଠାରେ ପହଞ୍ଚିଥିଲେ ଓ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0