କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ ସାର୍ତ୍ତୁଲ୍ ଅଞ୍ଚଳରେ ବାଘ ଆତଙ୍କ । ତିନି ଚାରିଦିନ ହେଲା ବାଘଟି ଗାଈ ଓ ଛେଳି ଶିକାର କରିଥିବା ଅଭିଯୋଗ ହୋଇଛି । କୋଟଗଡ଼ ରେଞ୍ଜର ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି ।
ବାଘ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ନହେଉଣୁ ଲୋକେ ଘର ଭିତରେ ବନ୍ଦି ହୋଇଯାଉଛନ୍ତି । ତେବେ ବନ ବିଭାଗ ଏହି ଘଟଣାପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0