spot_img

କନ୍ଧମାଳରେ ବାଘ ଆତଙ୍କ

କନ୍ଧମାଳ:  କନ୍ଧମାଳ ଜିଲ୍ଲା କୋଟଗଡ଼ ସାର୍ତ୍ତୁଲ୍ ଅଞ୍ଚଳରେ ବାଘ ଆତଙ୍କ ତିନି ଚାରିଦିନ ହେଲା ବାଘଟି ଗାଈ ଛେଳି ଶିକାର କରିଥିବା ଅଭିଯୋଗ ହୋଇଛି କୋଟଗଡ଼ ରେଞ୍ଜର ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି

ବାଘ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ନହେଉଣୁ ଲୋକେ ଘର ଭିତରେ ବନ୍ଦି ହୋଇଯାଉଛନ୍ତି ତେବେ ବନ ବିଭାଗ ଏହି ଘଟଣାପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular