spot_img

ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଫେକ୍ ଟିଆରପି ମାମଲା । ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍ । ଫେକ୍ ଟିଆରପି ଦୁର୍ନୀତି ଅକ୍ଟୋବରରେ ସାମନାକୁ ଆସିଥିଲା ଯେତେବେଳେ ରେଟିଂ ଏଜେନ୍ସି ବ୍ରଡକାଷ୍ଟ୍ ଅଡିୟନ୍ସ ରିସର୍ଚ୍ଚ କାଉନସିଲ୍ ହଂସା ରିସର୍ଚ୍ଚ ଗ୍ରୃପ୍ ମାଧ୍ୟମରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ କିଛି ଟେଲିଭିଜନ ଚ୍ୟାନେଲ୍ ଟିଆରପି ନମ୍ବରରେ ହେରଫେର କରୁଛନ୍ତି। ଟିଆରପି,ଘରେ ଦର୍ଶକଙ୍କ ଡାଟାକୁ ରେକର୍ଡ଼ କରି ମାପିଥାଏ, ଯାହା ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ପୋଲିସର କହିବା ଅନୁସାରେ କିଛି ଘରଲୋକଙ୍କୁ ରିପବ୍ଲିକ୍ ଟିଭି ଏବଂ ଅନ୍ୟ କିଛି ଚ୍ୟାନେଲଗୁଡ଼ିକ ଦେଖିବା ପାଇଁ ଲାଞ୍ଚ ଦିଆଯାଉଥିଲା। ରିପବ୍ଲିକ୍ ଟିଭି ଅଭିଯୋଗ ଗୁଡ଼ିକ ପ୍ରତ୍ୟାଖ୍ୟାନ କରିଥିଲା। ଚ୍ୟାନେଲର ଅନ୍ୟ ଜଣେ କର୍ମଚାରୀ ଘନଶ୍ୟାମ ସିଂହଙ୍କୁ ଗତ ମାସରେ ଟିଆରପି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ତାଙ୍କୁ ଏମାସରେ ଜାମିନ ମିଳିଯାଇଛି। ପୋଲିସ୍ ଏହି ମାମଲାରେ ଏବେ ସୁଦ୍ଧା ମୋଟ ୧୨ଜଣଙ୍କୁ ଗିରଫ କରି ସାରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular