ନୂଆଦିଲ୍ଲୀ: ତେଜୁଛି କୃଷକ ଆନେ୍ଦାଳନ । କୃଷକଙ୍କୁ ସମର୍ଥନ କରି ବିଦେଶରେ ମଧ୍ୟ ଆନେ୍ଦାଳନ ଦେଖିବାକୁ ମିଳିଛି । ଏହାରି ଭିତରେ ଅନେକ ବରିଷ୍ଠ ରାଜନେତା, ଖେଳାଳୀ ଓ ବୈଜ୍ଞାନିକମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଫେରାଉଥିବା ଦେଖିବାକୁ ମିଳିଛି । ଆଜି କୃଷକ ଆନେ୍ଦାଳନକୁ ସମର୍ଥନ ଜଣାଇ ଜଣେ ପୁଲିସ୍ ଡିଆଇଜି ତାଙ୍କର ଇସ୍ତଫା ପତ୍ର ଉଚ୍ଚ ଅଧିକାରୀଙ୍କୁ ପଠାଇଛନ୍ତି ।
ସୂଚନା ମୁତାବକ ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି କି ସରକାର କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କୃଷକ ବିରୋଧୀ କୃଷି କାନୁନ୍ ଫେରସ୍ତ ନିଅନ୍ତୁ । ଏଡିଜିପି (ଜେଲ) ପି.କେ ସିହ୍ନା କହିଛନ୍ତି କି ଯେ ଲଖବିନ୍ଦର ଦେଇଥିବା ଇସ୍ତଫା ପତ୍ରର ଏକ କପି ମଧ୍ୟ ତାଙ୍କୁ ପଠାଯାଇଛି । ୧୮ ଦିନରେ ପହଂଚିଥିବା କୃଷକ ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ସମର୍ଥନର ସୁଅ ଛୁଟିଛି । ରାଜନୀତି ଠାରୁ ଆରମ୍ଭ କରି ସିନେମା କଳାକାର ଓ କ୍ରୀଡାବିତ୍ ମାନେ କୃଷକଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି । ଏନେଇ ପ୍ରଥମେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ନେତା ପ୍ରକାଶସିଂ ବାଦଲ ପଦ୍ମବିଭୂଷଣ ଫେରାଇଥିଲେ । ଏହାପରେ ରାଜ୍ୟସଭା ସାଂସଦ ସୁଖଦେବସିଂ ଧିଣ୍ଡସା ବି ପଦ୍ମବିଭୂଷଣ ଫେରାଇବାକୁ ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଂଜାବ ସାହିତ୍ୟ ଏକାଡେମୀର ପୁରସ୍କାର ବିଜେତା ଡକ୍ଟର ମୋହନଜିତ, ବିଚାରକ ଡକ୍ଟର ଜସବିନ୍ଦର ସିଂ, ପଞ୍ଜାବୀ ନାଟ୍ୟକାର ତଥା ଖବରକାଗଜର ସଂପାଦକ ମଧ୍ୟ ପୁରସ୍କାର ଫେରାଇବାକୁ ଘୋଷଣା କରିସାରିଛନ୍ତି। ପୁରସ୍କାର ଫେରାଇବାକୁ ଘୋଷଣା କରିଥିବା ଲୋକଙ୍କ ଭିତରେ ପୁଣି ସାମିଲ ହୋଇଛନ୍ତି ପୂର୍ବତନ ହକି ଅଧିନାୟକ ପରଗତ ସିଂଙ୍କ ସମେତ ୨୭ ଜଣ ଖେଳାଳି ।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0