ଭୁବନେଶ୍ଵର : ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡ଼ି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା ଥିବାରୁ ସତର୍କତା ଜାରି ହୋଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡିଶା ଉପରେ ଗୁରୁଚାପର ପ୍ରଭାବ ଥିବାରୁ ଘନକୁହୁଡ଼ି ହେଉଛି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଘନକୁହୁଡ଼ି ସମ୍ଭାବନା ରହିଛି।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0