ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନେ୍ଦାଳନକୁ ୧୭ ଦିନ ପୂରିଲା । ଧାରଣାସ୍ଥଳରେ ଲକ୍ଷାଧିକ କୃଷକ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ସୁଯୋଗ ଯୋଗାଉଛନ୍ତି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଖାଲସା ଏଡ଼ନାମକ ଏକ ଆନ୍ତର୍ଜାତୀୟ ଏନଜିଓ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଫୁଟ୍ ମସାଜ ମେସିନ୍ ଯୋଗାଇଦିଆଯାଇଛି । ପୂର୍ବରୁ ସିଂଘୁ ସୀମାନ୍ତରେ କୃଷକଙ୍କୁ ଗରମ ପାଣି ଯୋଗାଇଦେବା ପାଇଁ ଗିଜରର ବ୍ୟବସ୍ଥା କରିଥିଲା ଏହି ଅନୁଷ୍ଠାନ । ଆଗକୁ ସେମାନଙ୍କ ପାଇଁ ୱାଟର ପ୍ରୁଫ୍ ତମ୍ବୁ ଓ ଗାଧୁଆ ଘର କରାଯିବା ନେଇ କହିଛନ୍ତି ଖାଲସା ଏଡ଼ର ପରିଚାଳନା ନିର୍ଦ୍ଦେଶକ ଅମନପ୍ରିତ୍ । ପ୍ରବଳ ଶୀତରେ ଧାରଣା ଦେଉଥିବା କୃଷକଙ୍କ ପାଇଁ କମ୍ବଳ ଓ ୫ଶହ ଗଦିର ବ୍ୟବସ୍ଥା ମଧ୍ୟ କରିଛି ଖଲସା ଏଡ଼ ସଂଗଠନ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0