ମୁମ୍ବାଇ:୩୬ ବର୍ଷରେ ପାଦଦେଲେ ଭଲାଳ ଦେବ । ୧୯୮୪ ଆଜିର ଦିନରେ ତାମିଲନାଡ଼ୁରେ ଜନ୍ମ ହୋଇଥିଲେ ରାଣା ଦାଗୁବଟି । ତାଙ୍କ ପିତା ଜଣେ ତେଲୁଗ ଫିଲ୍ମର ପ୍ରଡ଼ୁ୍ୟସର ଅଟନ୍ତି । ସେହିପରି ଭାବେ ରାନା ମଧ୍ୟ ଏକାଧାରାରେ ଜଣେ ଅଭିନେତା ଓ ପ୍ରଡ଼ୁ୍ୟସର ଅଟନ୍ତି । ସେ ପାଖାପାଖି ୭୦ଟି ଫିଲ୍ମରେ ଭିଜୁଆଲ ଇଫେକ୍ଟର ର କୋଡ଼ିନେଟ ଭାବେ କାମ କରିଛନ୍ତି ।

ପରେ ସେ ନିଜର ପ୍ରଡ଼କ୍ସନ ହାଉସ ନିର୍ମିତ ତେଲୁଗ ଫିଲ୍ମ ‘ଲିଡ଼ର’ରେ ଅଭିନୟ ଜଗତରେ ପାଦ ଦେଇଥିଲେ । ଖାଲି ତେଲୁଗ ନୁହେଁ ସେ ହୀନ୍ଦି ସିନେମାରେ ମଧ୍ୟ କାମ କରିଛନ୍ତି । ତାଙ୍କ ନିର୍ମିତ ପ୍ରଥମ ହୀନ୍ଦି ଫିଲ୍ମ ‘ଦମ ମାରୋ ଦମ’ ଯେଉଁଥି ପାଇଁ ତାଙ୍କୁ ଜି ସିନେ ଆୱାଡ଼ ମଧ୍ୟ ଦିଆଯାଇଥିଲା ।

୨୦୧୫ରେ ଫିଲ୍ମ ବାହୁବଳି ଜରିଆରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ ରେ ବାହୁବଳୀ ୨ରେ ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଚତ୍ମକାର ଅଭିନୟ କରିଥିଲେ । ସେଥିପାଇଁ ଏବେ ସେ ଭଲାଳ ଦେବ ନାଁରେ ପରିଚିତ । ସେ ଅନେକ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବାହୁବଳୀ ଥିଲା ତାଙ୍କ ପାଇଁ ସ୍ୱତନ୍ତ୍ର ।

କାରଣ ଏଥି ପାଇଁ ତାଙ୍କୁ ନିଜର ଓଜନ ୧୦୦ କେଜି ବଢ଼ାଇବାକୁ ପଡ଼ିଥିଲା । ଯେଉଁଥି ପାଇଁ ତାଙ୍କୁ ପ୍ରତି ଦିନ ୪୦ଟି ଅଣ୍ଡା ଖାଇବା ସହ ଅଧିକ ସମୟ ଜିମରେ କାଟିବାକୁ ପଡ଼ୁଥିଲା । ଯାହାର ସୂଚନା ସେ ନିଜେ ଏକ ଇଣ୍ଟରଭୁ୍ୟ ଜରିଆରେ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0