ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏସବୁ ମଧ୍ୟରେ କିଛି ପୁରୁଣା ଭିଡିଓ ହୋଇଥିବା ବେଳେ କିଛି କିଛି ନୂଆ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଏନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ତାଜୁବ୍ ହୋଇଯିବେ ।
ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜକୁ ଭୂସ୍ଖଳନରୁ ବଞ୍ଚାଇ ଥିବାର ନଜର ଆସିଛନ୍ତି । ସୂଚନା ମୁତାବକ ଏହି ଭୂସ୍ଖଳନ ଚଳିତ ବର୍ଷ ଗତ ଏପ୍ରିଲ ମାସରେ ଇଣ୍ଡୋରନେସିଆରେ ହୋଇଥିବାର ଜଣାପଡିଛି । ଆଶ୍ଚର୍ଯ୍ୟ କଲା ଭଳି ଏହି ଭିଡିଓ ସୋସିଆଲ ଭିଡିଆରେ ଭିନ୍ନ ଭିନ୍ନ ଉଦେଶ୍ୟରେ ଭାଇରାଲ ହେବାରେ ଲାଗିଛି ।
Omg!!!! What a narrow escape for that biker pic.twitter.com/W9eX0kBZzd
— Nandini Idnani (@idnani_nandini) July 19, 2020
ସୂଚନା ମୁତାବକ ଇଣ୍ଡୋରନେସିଆରେ ଚିୟାଂଗଜୁର ଏବଂ ସୁକନଗର ବସ୍ତି ନିକଟରେ ଗତ ୯ ଏପ୍ରିଲରେ ଭୂସ୍ଖଳନ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ବାଇକ୍ ଯୋଗେ ରାସ୍ତାରେ ଯିବା ସମୟରେ ହଠାତ୍ ଭୂସ୍ଖଳନ ହୋଇଥିଲା । ଏହି ସମୟରେ ଉକ୍ତ ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବାକୁ ଯାଇ ହଠାତ୍ ବାଇକଟିକୁ ବୁଲାଇଦେଇଥିଲେ । କିଛି ସମୟ ପରେ ବ୍ୟକ୍ତି ଜଣକ ନିଜର ବାଇକ୍ ଛାଡି ରାସ୍ତା ଉପରେ ପଡିଯାଇଥିଲେ । ଉକ୍ତ ଘଟଣା ପରେ ବ୍ୟକ୍ତି ଜଣକ ତ ବଞ୍ଚିଯାଇଥିଲେ କିନ୍ତୁ ବ୍ୟକ୍ତି ଜଣକଙ୍କ ବାଇକ୍ ମାଟି ତଳେ ପୋତି ହୋଇଯାଇଥିଲା । ଯାହାର ଭିଡିଓ ଦେଖି ଆପାଣଙ୍କ ଆଖି ମଧ୍ୟ ଝଲସି ଉଠିବ ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ୩୦ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0