ନମକିନ୍ ମୁଙ୍ଗ ଡାଲ୍ ବନେଇବା ବହୁତ ସହଜ । ଏହା ଖୁବ୍ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥାଏ । ଏହାକୁ ବନେଇବା ପାଇଁ ବେଶି ପରିଶ୍ରମ କରିବାକୁ ପଡିନଥାଏ । ସଂନ୍ଧ୍ୟା ସମୟରେ ଚା ସହ ନମକିନ ମୁଙ୍ଗ ଡାଲ୍ ର ମଜା ନିଆରା । ତେବେ ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ ହୋଇଥାଏ ।
ଆବଶ୍ୟକ ସାମଗ୍ରୀ:-
୧. ଚୋପା ଛଡା ମୁଗ ଡାଲି-୩ କପ
୨. ଲୁଣ-ସ୍ୱାଦାନୁସାରେ
୩. ଚାଟ୍ ମସଲା- ସ୍ୱାଦାନୁସାରେ
୪. ତେଲ- ପରିମାଣ ଅନୁସାରେ
ପ୍ରଣାଳୀ:-
ପ୍ରଥମେ ଚୋପା ଛଡା ମୁଗ ଡାଲିକୁ ୪ଘଣ୍ଟା କାଳ ବତୁରେଇ ରଖନ୍ତୁ । କିଛି ସମୟ ପରେ ପାଣିକୁ ନିଗାଡି ଦିଅନ୍ତୁ । ଏକ ସଫା କପଡାରେ ବାନ୍ଧି ଝୁଲାଇ ଦିଅନ୍ତୁ ଯେପରି ପାଣି ପୁରା ମୁଗରୁ ଛାଡିଯିବ । ତା ପରେ ଗ୍ୟାସ ଲଗାଇ କଡେଇ ଗରମ କରନ୍ତୁ । ତେଲ ପକାଇ ଗରମ ହେବାକୁ ଦିଅନ୍ତୁ । ତେଲ ପୁରା ଗରମ ହୋଇଗଲା ପରେ ମୁଗ ଡାଲିକୁ ସେଥିରେ ଅଳ୍ପ ଅଳ୍ପ ପକାଇ ଫ୍ରାଏ କରନ୍ତୁ । ଯେପରି ମୁଗ ଡାଲି ତେଲ ଉପରେ ଭାସିବାକୁ ଳାଗିବ । ମୁଗ ଡାଲି ପୁରା ଫ୍ରାଏ ହେବା ପରେ ଏକ ପାତ୍ରରେ କାଢିଦିଅନ୍ତୁ । ପରେ ଏଥିରେ ଆବଶ୍ୟକ ଅନୁସାରେ ଚାଟ ମସଲା, ଲୁଣ ପକାଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ମୁଗ ଡାଲିକୁ ଏକ ଏୟାର ଟାଇଟ ଜାରରେ ରଖନ୍ତୁ । ନିଜେ ଖାଆନ୍ତୁ. ଅନ୍ୟମାନଙ୍କୁ ଖୁଆନ୍ତୁ



Visitors Today : 0
Total Visitors : 130166
Total Views : 9891611
Visitors Online Now : 0