spot_img

ରାଜ୍ୟରେ ଦିନକରେ ୧୦୭୮ ନୂଆ କେସ୍

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦୭୮ଟି ନୂଆ କେସ୍ କୁ ନେଇ ମୋଟ ପଜିଟିଭ ସଂଖ୍ୟା ୧୯ହଜାର ୮୩୫ କୁ ବୃଦ୍ଧି ପାଇଛି । ସଂଗରୋଧ କେନ୍ଦ୍ରରୁ ୭୨୧ଜଣ ଚିହ୍ନଟ ହୋଇଥିବା ବେଳେ ୩୫୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତିି । ସେପଟେ ୨୪ ଘଣ୍ଟା ଭିତରେ କରୋନା ନେଲା ଆଉ ୫ ଜୀବନ । ମୃତକଙ୍କ ଭିତରେ ୪ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେମାନଙ୍କ ଭିତରେ ଗଞ୍ଜାମରୁ ୩ଜଣ ରହିଥିବା ବେଳେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular