spot_img

କନ୍ଧମାଳରେ ୭ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ

ଆଗାମୀ ୭ ଦିନ ପାଇଁ କନ୍ଧମାଳର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଜିଲ୍ଲାର କିଛି ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ୭ଦିନ ଭିତରେ ପ୍ରତ୍ୟେକ ବ୍ୟାଙ୍କ୍ କୁ ସାନିଟାଇଜ୍ କରାଯିବ । ଏଟିଏମ୍ ଖୋଲା ରହିବା ସହ ସମସ୍ତ ଏଟିଏମ୍ ଗୁଡିକରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପର୍ଯ୍ୟାପ୍ତ ଟଙ୍କା ଗଚ୍ଛିତ ରଖିବାକୁ ସଂପୃକ୍ତ ବ୍ୟାଙ୍କ ଗୁଡିକୁ ନିର୍ଦେଶ ଦିଆଯାଇଛି । ସାତ ଦିନ ପରେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ପୁଣି  ବ୍ୟାଙ୍କ ସେବା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular