ଭୁବନେଶ୍ୱର: କରୋନା ଯୋଦ୍ଧା ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୮ ଦିନ ହେଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ଦେଇଛନ୍ତି । ଏପରି ସ୍ଥିତିରେ ଧୈର୍ୟ୍ୟ ହରାଇ ସେମାନେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି। ଧାରଣାରତ ୨ ଜଣ ଏ.ଏନ.ଏମ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ କରୋନା ସହ ଲଢ଼େଇ କରି ସ୍ଥିତିକୁ ସାମାନ୍ୟ କରିଥିବା କରୋନା ଯୋଦ୍ଧା ଏବେ ରାଜରାସ୍ତାରେ । ସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କୁ ଏଡ଼ାଇଦେଲେ ସରକାର। ଏବେ ସ୍ଥାୟୀ ନିଯୁକ୍ତି ଦାବି କରିବାରୁ ଶୁଣୁ ନାହାନ୍ତି ସରକାର। ତେଣୁ ସେମାନେ ବାଧ୍ୟ ସେମାନଙ୍କ ହକ୍ ଦାବି କରି ଆତôହତ୍ୟା ଉଦ୍ୟମ କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0