ଓଡ଼ିଶା: ପରିବା ଦୋକାନୀଙ୍କ ନାଁରେ ୧୦୯ କୋଟି ଟଙ୍କାର GST ଠକେଇ ଅଭିଯୋଗ । ରାଉରକେଲାର କୋଏଲନଗରରେ ଜଣେ ପରିବା ଦୋକାନୀଙ୍କ ନାଁରେ ପ୍ରାୟ ୧୦୯ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି । କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି। ତାଙ୍କ ଅଜାଣତରେ କିପରି ଏତେ କୋଟି ଟଙ୍କାର GSTଠକେଇ ଅଭିଯୋଗ ଆସିଛି ତାହା ଶୁଣିବାପରେ ତାଙ୍କ ମୁଣ୍ଡର ଚଡ଼କ ପଡ଼ିଛି । ଏହି ଘଟଣାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି । ଏପିରିକି ଗତ କିଛି ଦିନ ତଳେ ୧୭୦ କୋଟି ଟଙ୍କା ଆୟକର ଠକେଇ ଅଭିଯୋଗରେ ୧୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ଏଥର GST ଠକେଇର ମୋହରା ସାଜିଛନ୍ତି ଜଣେ ପରିବା ଦୋକାନୀ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0