ନୂଆଦିଲ୍ଲୀ: ଅନ୍ନଦାତାଙ୍କ ସହିତ ହେବ ନାହିଁ ଅନ୍ୟାୟ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଅନ୍ନଦାତାଙ୍କ ଆନେ୍ଦାଳନ ଜାରି ରହିଛି । ଏପରିସ୍ଥଳେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକାରୀ ଆଜି କହିଛନ୍ତି ଯେ, ଅନ୍ନଦାତାଙ୍କ ସହିତ କୌଣସି ଅନ୍ୟାୟ ହେବ ନାହିଁ । କୃଷି ଆଇନ ସମ୍ପର୍କିତ ଉପଯୁକ୍ତ ପରାମର୍ଶକୁ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ । ତେବେ ଆନେ୍ଦାଳନକୁ କିଛି ତତ୍ତ୍ୱ ଅଧିକ ସଙ୍କଟ ଜନକ ସ୍ଥିତିରେ ଆଣି ପହଞ୍ଚାଇଥିବା ସେ କହିଛନ୍ତି । ଚାଷୀ ସଂଗଠନଗୁଡିକ କୃଷି ଆଇନକୁ ବୁଝିବା ଆବଶ୍ୟକ । କେନ୍ଦ୍ର ସରକାର ଅନ୍ନଦାତାଙ୍କ ସମସ୍ୟା ସମାଧାନ ପାଇଁ ଆଇନକୁ ଭଲଭାବେ ବୁଝିବା ଆବଶ୍ୟକ । କେନ୍ଦ୍ର ସରକାର ଅନ୍ନଦାତାଙ୍କ ସମସ୍ୟା ସମାଧାନ ପାଇଁ ସବୁବେଳେ ପ୍ରସ୍ତୁତ । ୨୦ ଦିନ ଧରି ଅନ୍ନଦାତାଙ୍କ ଭ୍ରମିତ କରି ଦେଶବ୍ୟାପି ଆନେ୍ଦାଳନ ଜାରି ରହିଛି । ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ସୂତ୍ର ବାହାରିବ ବୋଲି ସେ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0