ନୟାଗଡ଼: ଗତ ୧୨ ତାରିଖରୁ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ଗାଏବ ହୋଇଯାଇଥିବା ୩ ବର୍ଷ ଶିଶୁ କନ୍ୟା ସ୍ୱାତୀ । ମୃତଦେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ନୟାଗଡ଼ ଜିଲ୍ଲାରେ ପରୀ ତାତି ଥମି ନ ଥିବା ବେଳେ ପୁଣି ଏପରି ଏକ ଘଟଣା ପରେ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚର ସୃଷ୍ଟି ହୋଇଛି। ଗତ ୧୨ ତାରିଖ ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ଗାଏବ ହୋଇଗଲା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀ । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା।ଏହାପରେ ଆଜି ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଉକ୍ତ ପୋଖରୀରେ ପୁଲିସ୍ ଖୋଜାଖୋଜି କରି କିଛି ପାଇ ନ ଥିବା ବେଳେ ଆଜି କିପରି ଓ କେଉଁଠୁ ମୃତଦେହ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ମୃତଦେହଟି ଫୁଲି ଯାଇଥିବା ବେଳେ ତାହା କେବେଠୁ ସେଠାରେ ପଡ଼ିଛି ସେ ନେଇ ତନାଘନା ଆରମ୍ଭ କରିଛି ପୁଲିସ୍ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0