କୋଣାର୍କ: ପୁରୀ- ଚନ୍ଦ୍ରଭାଗା ସମୁଦ୍ରରେ ଦେଖିବାକୁ ମିଳୁଛି ଡଲଫିନ୍ଙ୍କ ଜଳକ୍ରୀଡ଼ା। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଡଲଫିନ୍ ଚନ୍ଦ୍ରଭାଗା ସମୁଦ୍ରକୂଳଠାରୁ ମାତ୍ର ୧୦୦ ମିଟର ଦୂରରେ ଏପରି କରୁଥିବା ଦେଖିବାକୁ ମିଳିଛି।
ଏହି ଡଲଫିନ ଇରାୱାଡ଼ି ପ୍ରଜାତିର ବୋଲି ଜଣାପଡିଛି । ଦଳଗତ ଭାବେ ୨୦ରୁ ୨୫ ଡଲଫିନ ବୁଲୁଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟଟନ ଋତୁ ତଥା ରାମଚଣ୍ଡି ମୁହାଣରେ ଇକୋ ରିଟ୍ରିଟ ଚାଲିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ସମୁଦ୍ର କୂଳରେ ତଥା ବୋଟିଂ ସମୟରେ ଡଲଫିନ୍ଙ୍କୁ ଦେଖି ବେଶ୍ ଖୁସି ହେଉଛନ୍ତି।
ସୂଚନାଯୋଗ୍ୟ, ଅଭିଲ ରିଡଲେଙ୍କ ସୁରକ୍ଷା ପାଇଁ ଗତ ନଭେମ୍ବରରୁ ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପୁରୀ-ଅସ୍ତରଙ୍ଗ, ଚନ୍ଦ୍ରଭାଗା ସମୁଦ୍ର କୂଳରେ ଟ୍ରଲର ଚଳାଚଳକୁ ନିଷିଦ୍ଧ କରାଯାଇଛି। ମୁଖ୍ୟତଃ ରାମଚଣ୍ଡି, ଚିଲିକା ମୁହାଣର ୫ କି.ମି ପର୍ଯ୍ୟନ୍ତ ଓ ଦେବୀ ମୁହାଣର ୧୦ କିମି ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ଅଲିଭ ରିଡଲେଙ୍କ ସମାଗମ ସହ ସେମାନେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି।



Visitors Today : 3
Total Visitors : 130461
Total Views : 9892000
Visitors Online Now : 0