ନୂଆଦିଲ୍ଲୀ: କରୋନା ସଂକ୍ରମର ଯୋଗୁଁ ସଂସଦର ଶୀତ ଅଧିବେଶନ ବାତିଲ । କରୋନା ସଂକ୍ରମର ଯୋଗୁ ଦେଶରେ ଆତଙ୍କ ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ହେବାକୁ ଥିବା ସଂସଦର ଶୀତ ଅଧିବେଶନକୁ ବାତିଲ କରି ଦିଆଯାଇଛି । ଏସ୍ପମ୍ପର୍କରେ ସସଂଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ତେବେ ଜାନୁୟାରୀରେ ବଜେଟ ଅଧିବେଶନ ହେବ ବୋଲି ସେ କହିଛନ୍ତି । ଶୀତ ଅଧିବେଶନ କରାଇବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଅଧିବେଶନରେ ବିବାଦୀୟ କୃଷି ଆଇନ ସର୍ମ୍ପକରେ ଆଲଚେନା କରାଯିବା ଳାଗି କଂଗ୍ରେସ ପକ୍ଷରୁ ଚିଠି ଲେକାଯାଇଥିଲା । ଏହାର ଜବାବ ରଖି ପ୍ରହଲ୍ଲାଦ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ ସହିତ ଶୀତ ଅଧିବେଶନ ଆୟୋଜନ ସପକ୍ଷରେ ନ ଥିଲେ । ଏନେଇ ରାଜନୈତିକ ଦଳ ମୁଖ୍ୟଙ୍କ ସହିତ ବିଚାର ବିମର୍ଷ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରହଲ୍ଲାଦ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0