ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ଭାରତୀୟ ରେଳବାଇର ୩ଟି ପର୍ଯ୍ୟାୟ ନିଯୁକ୍ତି ପ୍ରକିୟା । ପ୍ରାୟ ୧ଲକ୍ଷ ୪୦ ହଜାର ଖାଲିପଡିଥିବା ପଦବୀ ପାଇଁ କର୍ମଚାରୀମାନଙ୍କୁ ୨୧ଟି ନିଯୁକ୍ତି ବୋର୍ଡ ମାଧ୍ୟମରେ ନିଯୁକ୍ତି ଦେବାର ପ୍ରକିୟା ଆରମ୍ଭ ହୋଇଛି । ଦେଶର ବିଭିନ୍ନ ସହରରେ ୨ କୋଟି ୪୪ ଲକ୍ଷ ପ୍ରାର୍ଥୀ ଏଥିପାଇଁ ପରୀକ୍ଷାରେ ଅବତୀର୍ଣ୍ଣ ହେବେ ବୋଲି ସ୍ପଷ୍ଟ କରିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟର କହିବାନୁସାରେ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୧୮ ତାରିଖ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏହା ପରେ ଆସନ୍ତା ୨୮ ତାରିଖରୁ ଆସନ୍ତା ବର୍ଷ ମାସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ । ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ହେବ ବୋଲି ରେଳମନ୍ତ୍ରାଳୟ ସୂଚନା ଦେଇଛି ।



Visitors Today : 1
Total Visitors : 130182
Total Views : 9891633
Visitors Online Now : 0