ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ସମନ ପଠାଇଲା ଏନସିବି । ତେବେ ଆସନ୍ତା ୧୬ ତାରିଖରେ ଏନସିବି ଅଫିସରେ ହାଜର ହେବେ ଅର୍ଜୁନ ରାମପାଳ । ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ ଏନସିବି ଅର୍ଜୁନଙ୍କ ଘରକୁ ଚଢାଉ କରିଥିଲା । ତେବେ ଚଢାଉ ସମୟରେ ଅର୍ଜୁନଙ୍କ ଘରୁ କୌଣସି ଡ୍ରଗ୍ସ ମିଳିନଥିବା ବେଳେ ଅନେକ ଏନଡିପିଏସ ଦ୍ୱାରା ନିଷେଧ କରାଯାଇଥିବା ଔଷଧ ମିଳିଥିଲା । ଅନ୍ୟପଟେ ଅର୍ଜୁନ ରାମପାଲଙ୍କ ବାନ୍ଧବୀ ଗ୍ରାବ୍ରିଏଲାଙ୍କ ଭାଇକୁ ଏନସିବି ଗିରଫ କରିବା ପରେ ଡ୍ରଗ୍ସ ଲିଙ୍କରେ ତାଙ୍କ ନାମ ସାମ୍ନାକୁ ଆସିଥିଲା ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0