spot_img

କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : କରୋନା ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ବୟସ୍କ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ  ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଏନେଇ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଲେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ଦେବାକୁ ଆଗୁଆ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡିବ । ସ୍ପଟ ପଞ୍ଜିକରଣ ହେବ ନାହିଁ। କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ, ପରିଚୟ ପତ୍ର ଦେଇ ପଞ୍ଜୀକରଣ କରିବାକୁ ପଡିବ । ଗୋଟିଏ କେନ୍ଦ୍ରରେ ଶହେରୁ ୨ଶହ ଲୋକଙ୍କୁ ଟୀକା ଦିଆଯିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଳକସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି ।

ପ୍ରାଥମିକ ଭାବେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରାଯାଇଛି । ଟୀକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ ସେତିକି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular