spot_img

୩୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ପୋଲିସ ହାତରେ ଧରାପଡିଛି ଏକ ଗଞ୍ଜେଇ ବୋଝେଇ ୨୦ ଚକିଆ ଟ୍ରକ । ସିଲେରୁ-ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ରାଜସ୍ଥାନ ଯାଉଥିବା ବେଳେ ଧରାପଡିଛି ଏହି ଗାଡି । ଏସାର ଛକଠାରେ ପୋଲିସର ଯାଞ୍ଚ ତଲାସି ବେଳେ ଟ୍ରକରୁ ବାହାରିଛି ୩୨  ବସ୍ତା ଚୋରା ଗଞ୍ଜେଇ ଯାହାର ଓଜନ ପ୍ରାୟ ୮୦୦ ଶହ କେଜି ଓ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି । ଏହି ଚୋରା ଗଞ୍ଜେଇ ରାକେଟରେ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ମାଲକାନଗିରି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular