spot_img

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ମଶାଲ ରିଲେ

ଟୋକିଓ: କରୋନା ସଙ୍କଟ କାଳରେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଆସନ୍ତା ବର୍ଷ ମାର୍ଚ୍ଚ ୨୫ରୁ ଜାପାନ ସହର ଫୁକୁଶିମାଠାରୁ ମଶାଲ ରିଲେ ଆରମ୍ଭ ହେବ ବୋଲି ଆୟୋଜକଗଣ ସୂଚନା ଦେଇଛନ୍ତି । ତେବେ ମଶାଲ ରିଲେ ସମଗ୍ର ଜାପାନ ପରିକ୍ରମା କରିବ । ଏଥିରେ ୧୦,୦୦୦ ଧାବକ ଏବଂ ସମାନ ସଂଖ୍ୟକ ଅଫିସିଆଲ ଭାଗ ନେବେ । ଅନ୍ୟପଟେ ସମସ୍ତ କୋଭିଡ କଟକଣାକୁ ପାଳନ କରି ମଶାଲ ରିଲେ ଆରମ୍ଭ ହେବ ବୋଲି ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଉପମହାନିଦେ୍ର୍ଦଶକ ୟୁକିହିକୋ ନୁନୋମୁରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular