ରାଜନଗର: ସାରା ଭାରତ ବର୍ଷରେ ପ୍ରତେକ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିରୋଧ କରି ଆଜି ରାଜନଗର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜନଗର ଯୁବ କଂଗ୍ରେସ ପକ୍ଷରୁ ଆଜି ଗଣବିକ୍ଷୋବ ପଦର୍ଶନ କରାଯାଇଛି । ଯୁବ କଂଗ୍ରେସ କର୍ମୀମାନେ ତ୍ରୀନାଥ ବଜାରସ୍ଥିତ କଂଗ୍ରେସ ପାର୍ଟି ଅଫିସରୁ ଶୋଭାଯାତ୍ରାରେ ବାହାରି ତ୍ରୀନାଥ ବଜାରର ଛକ ନିକଟରେ ପହଁଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରିଥିଲେ । ଆଗାମୀ ଦିନରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲ,ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତି ଯଦି ନଜର ନଦିଅନ୍ତି ତେବେ ଏହି ବିକ୍ଷୋଭ କୁ ତୀବ୍ରତର କରାଯିବା ବୋଲି ଚେତାବନୀ ଦେଇଛି ରାଜନଗର ଯୁବ କଂଗ୍ରେସ ।



Visitors Today : 2
Total Visitors : 130227
Total Views : 9891702
Visitors Online Now : 0