spot_img

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ  ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଛି ।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । କହୁଛନ୍ତି, ସେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ ବୋଲି ଭିଡିଓରେ କହିଛନ୍ତି ବିଦ୍ୟାଶ୍ରୀ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular