ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘରେ କାର୍ଯ୍ୟରତ ସୁକାନ୍ତ ପ୍ରଧାନଙ୍କ ୧୬ ବର୍ଷର ଝିଅକୁ ଗତ ନଭେମ୍ବର ମାସ ୦୩ ତାରିଖରେ ରାହାଣବେଲି ଗାଁର ଆକାଶ ସୁନ୍ଦରା ନାମକ ଜଣେ ଯୁବକ ଅପହରଣ କରିଥିବା ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କରିବାର ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଆଜିଯାଏଁ ପୋଲିସ କୌଣସି ଆଖିଦୃଷ୍ଟିଆ କାର୍ୟ୍ୟ କରିନଥିବା ପରିବାର ପକ୍ଷରୁ ସୂଚନା ମିଳିଛି l ଆଗରୁ ସେହି ଯୁବକ ଜଣକ ସୁକାନ୍ତଙ୍କ ଝିଅକୁ ବିଭିନ୍ନ ପ୍ରକାରର ଉପହାର ଯାଚିଥିଲା ହେଲେ ନାବାଳିକା ଜଣକ ଏନେଇ ତାଙ୍କ ଘରେ ପ୍ରକାଶ କରିଥିଲା l ପରେ ପରେ ସୁକାନ୍ତ ସେହି ଯୁବକଙ୍କୁ ସଚେତନ କରିଥିଲେ l ସଚେତନ କରିବା ପରେ ମଧ୍ୟ ଏଭଳି ଭୁଲ କରିବାକୁ ପଛେଇଲାନାହିଁ ଆକାଶ l ଯେହେତୁ ସୁକାନ୍ତ ପ୍ରଧାନ ଜଣେ ବାଣପୁର ବାର ଆସୋସିଏସନର ଜଣେ ସକ୍ରିୟ ସଦସ୍ୟ, ପୋଲିସର ନିଷ୍କ୍ରିୟତା ଯୋଗୁଁ ଆଜି ଓକିଲ ସଂଘରେ ସଭାର ଆୟୋଜନ କରାଯାଇ ନିଷ୍ପତି ନିଆଗଲା ଯେ ଯେଉଁ ପର୍ୟ୍ୟନ୍ତ ଉଭୟଙ୍କ ପତ୍ତା ନମିଳିଛି ସେତେଦିନ ଯାଏଁ କାର୍ୟ୍ୟବନ୍ଦ ଡାକରା ଦିଆଯାଇଛି l



Visitors Today : 3
Total Visitors : 130429
Total Views : 9891960
Visitors Online Now : 0