ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଆଜି ଜଣେ ଯୁବକ ଧାନକଟା ମେସିନ ତଳେ ଚାପି ହୋଇଯାଇଛନ୍ତି। ଘଟଣାସ୍ଥଳରେ ହିଁ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିକାଶ ବେହେରା। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ଅଚଳକୋଟ ଗ୍ରାମର ବୈରାଗୀ ବେହେରାଙ୍କ ପୁତ୍ର ବିକାଶ ବେହେରା ଧାନ କାଟିବା ପାଇଁ ଖେତକୁ ମେସିନ ନେଇ ଯାଇଥିଲେ। ଖେତରେ ଉଚ୍ଚ ହୁଡା ଉଠୁଥିବା ବେଳେ ବିକାଶ ଧାନକଟା ମେସିନ ଗାଡି ତଳେ ପଡିଯାଇଥିଲେ। ଉକ୍ତ ଧାନ ମେସିନ ତଳେ ଚାପି ହୋଇଯିବାରୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130306
Total Views : 9891809
Visitors Online Now : 0