ନୂଆଦିଲ୍ଲୀ: କୃଷି ଆଇନ ପ୍ରସଙ୍ଗରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ମୋଦୀ କ୍ୟାବିନେଟ ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ୬୦ଲକ୍ଷ ଟନ୍ ଚିନି ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଆୟ, ଏହାର ସବସିଡି ସିଧାସଳଖ ୫ କୋଟି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। କ୍ୟାବିନେଟ ବୌଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ସରକାର ୬ ମିଲିୟନ ଟନ୍ ଚିନି ରପ୍ତାନିରେ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସବସିଡି ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ରହିବ, ଏହାର ମୂଲ୍ୟ ୩୫୦୦ କୋଟି ହେବ। ଏହା ବ୍ୟତୀତ ୧୮୦୦୦ କୋଟି ଟଙ୍କା ଆୟ କୃଷକମାନଙ୍କୁ ମଧ୍ୟ ଦିଆଯିବ l ଏଥିରୁ ୫ କୋଟି ଚାଷୀ ଉପକୃତ ହେବେ, ୫ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ଏକ ସପ୍ତାହ ମଧ୍ୟରେ ଚାଷୀମାନେ ୫୦୦୦ କୋଟି ଟଙ୍କା ପର୍ୟ୍ୟନ୍ତ ସବସିଡି ପାଇବେ। ୬୦ ଲକ୍ଷ ଟନ୍ ଚିନି ରପ୍ତାନି ହେବ ଟନ୍ ପିଛା ୬ ହଜାର ଟଙ୍କା। ପ୍ରକାଶ ଜାଭଡେକରଙ୍କ ଅନୁଯାୟୀ, ଚଳିତ ବର୍ଷ ଚିନି ଉତ୍ପାଦନ ୩୧୦ ଲକ୍ଷ ଟନ୍ ହେବ, ଦେଶର ବ୍ୟବହାର ୨୬୦ ଲକ୍ଷ ଟନ୍ ହେବ। କମ୍ ଚିନି ମୂଲ୍ୟ ହେତୁ କୃଷକ ଏବଂ ଶିଳ୍ପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏହାକୁ ଦୂର କରିବା ପାଇଁ ୬ ମିଲିୟନ୍ ଟନ୍ ଚିନି ରପ୍ତାନି ଏବଂ ରପ୍ତାନିରେ ସବସିଡି ଦେବାକୁ ନିଷ୍ପତ୍ତି ନିଆଯାଇଛି।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0