ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ଟି ହରିଣ ଶିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରିଛି ବନ ବିଭାଗ । ଏହା ସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ।
ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ କର୍ମଚାରୀ ରଙ୍ଗେହାତ ଧରା ପଡ଼ିଥିବା ବେଳେ ଆଉଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତ ଧରା ପଡ଼ିବେ ବୋଲି ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ। ଗିରଫ ଅଭିଯୁକ୍ତ ୨ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ଯାଜପୁର ରୋଡ୍ ଓ ଅନ୍ୟ ଜଣଙ୍କର ବାଲେଶ୍ୱରରେ ବୋଲି ଜଣାପଡ଼ିଛି। ଏମାନେ ଏକ ବଡ଼ ଧରଣର ରାକେଟ୍ ଚଳାଉଥିବା ନେଇ ସନ୍ଦେହ କରାଯାଉଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0