ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଭାରତୀୟ ଦଳ । ତେବେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ବିଶ୍ୱର ୧ନଂ ଦଳ ହୋଇଥିବା ବେଳେ ଭାରତ ୩ୟ ସ୍ଥାନରେ ରହିଛି । ଫ୍ଲଡଲାଇଟରେ ଗୋଲାପି ବଲ ଭଲ ସ୍ୱିଙ୍ଗ ହେଉଥିବାରୁ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥାଏ । ଅନ୍ୟପଟେ ଟସ ଜିତି ବିରାଟ କହିଛନ୍ତି, ଏହି ପଡିଆରେ ଭଲ ରନ ସ୍କୋର କରାଯାଇପାରିବ । ଆମେ ମ୍ୟାଚ ପାଇଁ ଭଲ ପ୍ରସ୍ତୁତ କରିଛୁ । ତେବେ ଉଭୟ ଦଳରେ ବିଶ୍ୱସ୍ତରୀୟ ଫାଷ୍ଟବୋଲର ଥିବା ସହିତ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଥିବାରୁ ଆଜିର ମ୍ୟାଚ ଏକ ଅନ୍ୟତମ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0