ଭୁବନେଶ୍ୱର : ଗୁରୁବାର ପ୍ରକାଶ ପାଇବ ବିଭିନ୍ନ ପିଜି ବିଷୟରେ ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ।
ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ଓ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖା ଫି’ ଦାଖଲ କରିବେ। ଦ୍ୱିତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍ ଅପ୍ ପାଇଁ ଆବେଦନ କରିପାରିବେ ।
ଏତତ୍ ବ୍ୟତୀତ ୨୬ରେ ତୃତୀୟ ଶିକ୍ଷାନୁଷ୍ଠାନସ୍ତରୀୟ ଚୟନ ଚାଲିକା ପ୍ରକାଶ ପାଇବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୮ ଓ ୨୯ ତାରିଖରେ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ସହ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନର ନାମଲେଖା ଫି’ ଦାଖଲ କରିପାରିବେ ।ତୃତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍ ଅପ୍ ପାଇଁ ଆବେଦନ କରିପାରିବେ। ୩୦ ତାରିଖରେ ପିଜି ନାମଲେଖା ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ।
ସୂଚନାଯୋଗ୍ୟ, ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ ସିଟ୍ ପାଇଁ ପିଜି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0