ସାଧାରଣତଃ ଟେଷ୍ଟ ମ୍ୟାଚ ୫ଦିନ ଧରି ଚାଲିଥାଏ । କିନ୍ତୁ ୧୯୩୯ ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଏକ ଟେଷ୍ଟ କ୍ରିକେଟ ମ୍ୟାଚ ହୋଇଥିଲା ଯାହା ଇତିହାସ ରଚିଥିଲା । ମ୍ୟାଚଟି ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବାରୁ ତାହାକୁ ନା ଦିଆଯାଇଥିଲା ‘ଟାଇମ୍ ଲେସ୍ ଟେଷ୍ଟ’ । ୧୯୩୯ ମସିହାରେ ୩ମାର୍ଚ୍ଚ ରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଉଭୟପାଶ୍ୱର୍ରୁ ମ୍ୟାଚରେ ୧୯୮୧ ରନ୍ ହୋଇଥିଲା । ଏହି ସମୟ ମଧ୍ୟରେ ଖେଳାଳୀ ମାନଙ୍କୁ ୨ଦିନ ବିଶ୍ରାମ ଦିଆଯାଇଥିଲା ଏବଂ ୧ ଦିନ ବର୍ଷା ପାଇଁ ବନ୍ଦ ହୋଇଥିଲା । ତେବେ ବାକି ୯ ଦିନ କ୍ରିକେଟ ଖେଳାଯାଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ଦିନରେ ୫୩୦ ରନ୍ କରିଥିବା ବେଳେ ଇଂଲଣ୍ଡ ମାତ୍ର ୩୧୬ ରନ୍ କରିଥିଲା । ପଞ୍ଚମ ଦିନରେ ଦକ୍ଷିଣ ଆଫ୍ରିକା ୪୮୧ ରନ୍ କରି ଆଉଟ୍ ହୋଇଥିଲା । ଇଂଲଣ୍ଡ ୬୯୫ ରନ୍ କରି ଜିତିଥିଲା । ମ୍ୟାଚ ର ଶେଷ ଦିନ ଇଂଲଣ୍ଡକୁ ଜିତିବାକୁ ଆଉ ମାତ୍ର ୪୨ ରନ୍ ବାକି ଥିଲା କିନ୍ତୁ ଶେଷ ସମୟରେ ଇଂଲଣ୍ଡ ମ୍ୟାଚକୁ ଡ୍ର କରିବାକୁ ନିଷ୍ପତି ନେଇଥିଲା । ଇଂଲଣ୍ଡର ଖେଳାଳୀ ମାନଙ୍କୁ ଜାହାଜ ଦ୍ୱାରା ପାଣି ମଧ୍ୟରେ ନିଜ ଦେଶକୁ ଯିବାର ଥିଲା । କିନ୍ତୁ ୧୪ ମାର୍ଚ୍ଚ ସୁଦ୍ଧା ଖେଳ ଶେଷ ନ ହେବା ପୂର୍ବରୁ ହିଁ ଇଂଲଣ୍ଡ ଖେଳ ଅଧାରୁ ଛାଡି ଯିବାକୁ ନିଷ୍ପତି ନେଇଥିଲା । ଏହି ଟେଷ୍ଟ ମ୍ୟାଚ ୧୦ ଦିନ ଧରି ଚାଲିଥିବାରୁ ଏହାକୁ ‘ଟାଇମ୍ ଲେସ୍ ଟେଷ୍ଟ ମ୍ୟାଚ’ ନା ଦିଆଯାଇଥିଲା । ମ୍ୟାଚ ତ ଶେଷ ହେଲା କିନ୍ତୁ ଏହା ଇତିହାସର ସବୁଠାରୁ ଲମ୍ବା ମ୍ୟାଚ ବୋଲି ନା ଦିଆଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0