spot_img

ଓଡିଶାକୁ ବର୍ଷ ଶେଷ ଶୁଦ୍ଧା ଆସିପାରେ ଭ୍ୟାକ୍ସିନ୍

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି । ଆଜି ରେକର୍ଡ ସଂଖ୍ୟକ ୧୦୭୮ଟି ନୂଆ ପଜିଟିଭ ଚିହ୍ନଟ ପରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଚଳିତ ବର୍ଷ ଶେଷ ସୁଦ୍ଧା ଓଡିଶାକୁ କରୋନା ଭ୍ୟାକ୍ସିନ୍ ଆସିବା ନେଇ ଆଶା ବଢିଛି । ଅକ୍ସଫୋର୍ଡ ୟୁନିଭର୍ସିଟି ସହ ପୁନେର ସେରମ ଇନଷ୍ଟିଚ୍ୟୁଟ ସହଭାଗିଦାର ଭାବେ କରୋନା ଭ୍ୟାକ୍ସିନ ପାଇଁ କାମ କରୁଛି । ଆଜି କରୋନା ଭ୍ୟାକ୍ସିନ ପାଇଁ ସେରମ୍ ସିଇଓ ଆଦର ପୁନାୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାର ସଫଳତା ନେଇ ସେରମ ଇନଷ୍ଟିଚ୍ୟୁଟକୁ ଶୁଭେଚ୍ଛା ଜଣାଇବା ସହ ଓଡିଶାକୁ ଅଗ୍ରାଧିକାର ଭିତ୍ତିିରେ ଟିକା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

seramଭିଡିଓ କନଫରେନ୍ସିଂ ଜରିଆରେ ଏହି କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟର କରୋନା ସ୍ଥିତିରେ ସୁଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପରି ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ସିଇଓ ଆଦର ପୁନାୱାଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular