spot_img

ନିର୍ବାଚନ ପ୍ରସ୍ତୁତି ତଦାରଖ ନିମନ୍ତେ ପଶ୍ଚିମବଙ୍ଗରେ ନିର୍ବାଚନ କମିସନ ଟିମ

କୋଲକାତା: ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ନିମନ୍ତେ ଭାରତର ନିର୍ବାଚନ କମିସନର ଏକ ଟିମ ପଶ୍ଚିମବଙ୍ଗରେ ପହଞ୍ଚିଛି। ଡେପୁଟି ଇଲେକସନ କମିସନ ସୁଦୀପ ଜୈନଙ୍କ ନେତୃତ୍ୱରେ ଏହି ଟିମ ବୁଧବାର ଦିନ କୋଲକାତାରେ ପହଞ୍ଚିଛି। ଆଗାମୀ ଦୁଇ ଦିନ ମଧ୍ୟରେ ସେମାନେ ଦକ୍ଷିଣ ଏବଂ ଉତ୍ତର ବଙ୍ଗର କେତେଗୁଡ଼ିଏ ଜିଲ୍ଲାରେ ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ପୁଲିସ କମିସନରମାନଙ୍କ ସମେତ କେତେକ ବରିଷ୍ଠ ଆଇଏଏସ ଅଧିକାରୀ ଏବଂ ଆଇପିଏସ ଅଧିକାରୀଙ୍କୁ ଭେଟିବାର ସମ୍ଭାବନା ରହିଛି। ମହାମାରୀ ସମୟରେ ନିର୍ବାଚନ କରାଯାଉଥିବାରୁ ପ୍ରସ୍ତୁତି ସଂକ୍ରାନ୍ତରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ଗୃହ ସଚିବ ମଧ୍ୟ ପ୍ରସ୍ତୁତି ସଂକ୍ରାନ୍ତରେ ନିର୍ବାଚନ କମିସନ ଟିମକୁ ଭେଟିବାର ସମ୍ଭାବନା ଅଛି। ରାଜ୍ୟ ନିର୍ବାଚନ ପାନେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲୀରୁ ଏକ ନିର୍ବାଚନ କମିସନ ଟିମ ଆସିଛି। ଉକ୍ତ ଟିମ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହ ପ୍ରଶାସନିକ ଏବଂ ପୁଲିସ ଅଧିକାରୀଙ୍କ ସହ ବୈଠକ କରିବେ। ଏହା ବ୍ୟତିରେକେ, ସେମାନେ ରାଜ୍ୟରେ ଥିବା ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିବାର ସମ୍ଭାବନା ଅଛି। ଏ ମଧ୍ୟରେ ନିର୍ବାଚନ ପାନେଲ ମଧ୍ୟ ରାଜ୍ୟରେ ଥିବା ୭୮ ହଜାରରୁ ଅଧିକ ପୋଲିଙ୍ଗ ବୁଥର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ସହ ଭୋଟ ଗ୍ରହଣ ଦିନ ଶୌଚାଳୟ, ପାନୀୟ ଜଳ ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular