ଗୋଆ: ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗର ଆଜିର ମ୍ୟାଚରେ ଓଡିଶା ଏଫସି ଓ ବାଙ୍ଗାଲୋର ଏଫସି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ତେବେ ଓଡିଶା ଏଫସି ମୋଟ ୫ଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏ ମ୍ୟାଚ ମଧ୍ୟ ଜିତି ପାରିନାହିଁ । ତେଣୁ ଆଜିର ମ୍ୟାଚ ଜିତି ଓଡିଶା ତା’ର ବିଜୟ ଅଭିଯାନ ଆରମ୍ଭ କରିବା ଆଶାରେ ରହିଛି । ସେହିପରି ବିପକ୍ଷ ଦଳ ବାଙ୍ଗାଲୋର ଏଫସି ମୋଟ ୫ଟି ମ୍ୟାଚ ଖେଳି ୨ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ଡ୍ର ରହିଛି । ଅନ୍ୟପଟେ ବାଙ୍ଗାଲୋର ଆଜି ଭଲ ପ୍ରଦର୍ଶନ କରିବ ବୋଲି ମତବ୍ୟକ୍ତ କରିଛନ୍ତି କୋଚ କାଲରସ କ୍ୱାଡ୍ରାଟ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0