ପୁରୀ: ପୁଣି ଅନଲାଇନ୍ରେ ମହାପ୍ରସାଦ ବିକ୍ରି ଅଭିଯୋଗ।ମହାପ୍ରସାଦ ବିକ୍ରିକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେବାୟତଙ୍କ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।ହାଇଦ୍ରାବାଦର ସେଲ୍ଭାଇ ଅନଲାଇନ କମ୍ପାନୀ କମ୍ବୋ ପ୍ୟାକ୍ରେ ମହାପ୍ରସାଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି।ମହାପ୍ରଭୁଙ୍କ ସମସ୍ତ ଶୁଖୁଲି ଭୋଗ ସହ ନିର୍ମାଲ୍ୟ ଏହି କମ୍ବୋ ପ୍ୟାକରେ ବିକ୍ରି କରାଯାଉଥିବା ଏତଲାରେ ଉଲ୍ଲେଖ ରହିଛି।
ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା। କିଏ ନିର୍ମାଲ୍ୟ ବିକ୍ରି କଲାଣି ତ ଆଉ କିଏ ବିକ୍ରି କରୁଥିଲା ମହାପ୍ରସାଦ। ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିବା ପରେ ସିଂହଦ୍ବାର ଥାନାରେ ଏନେଇ ଏତଲା ରୁଜୁ ହୋଇଥିଲା।ଅନ୍ୟପଟେ ଶୁଖିଲା ମହାପ୍ରସାଦ ଅନଲାଇନ୍ରେ ବିକ୍ରି ହେଲେ କୌଣସି ଅସୁବିଧା ନାହିଁ ବୋଲି କିଛି ବ୍ୟକ୍ତି କହିଛନ୍ତି ।ସେହିପରି ଆମାଜନରେ ମଧ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0