ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଦେଉଳୀଧର ପଞ୍ଚାୟତ ଅଭୟମୁଖୀ ନିକଟ କୁଶଭଦ୍ରା ନଦୀ ବ୍ରିଜ଼ ତଳୁ ୩ ଟି ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଅସହାୟ ଅବସ୍ଥାରେ ପଡିରହିଥିଲେ l ସ୍ଥାନୀୟ ଗ୍ରାମର କିଛି ଯୁବକ ନଦୀ ପଠାରେ ବୁଲିବା ବେଳେ ପକ୍ଷୀ ଶାବକଙ୍କ ଶବ୍ଦ ଶୁଣି ପାଖକୁ ଯାଇ ଉଦ୍ଧାର କରିଥିଲେ l ଯୁବକ ମାନେ ଏହି ପକ୍ଷୀକୁ ଉଦ୍ଧାର କରି ଗ୍ରାମକୁ ଆଣି ବନ ବିଭାଗକୁ ଖବର ଦେଇଥିଲେ l ବାଲିପାଟଣା ବନ ବିଭାଗ ସୂଚନା ପାଇ ପକ୍ଷୀ ୩ ଟିକୁ ନେଇଛି l ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି l



Visitors Today : 6
Total Visitors : 130175
Total Views : 9891622
Visitors Online Now : 0