ଝାଡଖଣ୍ଡ : ମୁଖ୍ୟମନ୍ତ୍ରୀ ନାଁରେ ବଳାତ୍କାରଅଭିଯୋଗ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି । ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି । ନ୍ୟାସନାଲ କମିଶନ ଫର ମହିଳା ହେମନ୍ତ ସୋରେନ ଉପରେ ମଡେଲ ଦ୍ୱାରା ଲଗାଯାଇଥିବା ବଳାତ୍କାର ଅଭିଯୋଗକୁ ଗୁରୁତର ସହ ନେଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇର ଜଣେ ମଡେଲରଙ୍କୁ ହେମନ୍ତ ସୋରେନ ବଳାତ୍କାର କରିଥିବା ଗଣମାଧ୍ୟମରୁ ଖବର ମିଳିଛି । ଏବେ ଏହି ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଚି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିଙ୍କୁ ମଗାଯାଇଛି ବୋଲି କହିଶା କମିଶନ ପକ୍ଷରୁ କୁହାଯାଇଛି । ବଳାତ୍କାରର ଶିକାର ହୋଇଥିବା ମଡେଲ ଅଭିଯୋଗ କରିଛନ୍ତି ଯେ, ୨୦୧୩ରେ ତାଙ୍କୁ ହେମନ୍ତ ସୋରେନ ଏବଂ ସୁରେଶ ନାଗ୍ ନାମକ ଜଣେ ବ୍ୟକ୍ତି ବଳାତ୍କାର କରିଥିଲେ ଖାଲି ସେତିକି ନୁହେଁ ଏହି ଘଟଣା ସମ୍ପର୍କରେ ଯଦି କାହାରିକୁ କୁହନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି ତାଙ୍କୁ ଏବଂ ତାଙ୍କ ପରିବାରଙ୍କୁ ମଧ୍ୟ ଧମକ ଦିଆଯାଇଥିଲା । ତେବେ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ମହାରାଷ୍ଟ୍ର ଡିଜିପିଙ୍କଠାରୁ ସୂଚନା ଲୋଡିଛନ୍ତି । ଜଷ୍ଟିସ ଫର ଆୟେଶା ମାଧ୍ୟମରେ ଏହି ଅଭିଯାନ ଚାଲିଛି । ଲୋକମାନେ ଆୟଶାଙ୍କୁ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛନ୍ତି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0