ରଣପୁର: ସ୍ୱାତି ପରିବାରକୁ ପୁଣି ଭେଟିଛି କଂଗ୍ରେସ । ନୟାଗଡ ରଣପୁର ଅଧୀନ ବିଧିପାଟଣା ଗାଁର କୁନି ଝିଅ ସ୍ୱାତି ମୃତୁ୍ୟ ମାମଲା । ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିଦେ୍ର୍ଦଶରେ ସ୍ୱାତିର ପରିବାରକୁ ଭେଟିଛନ୍ତି କଂଗ୍ରେସର ରାଜ୍ୟ ଉପ-ସଭାପତି ପ୍ରଦୀପ ମାଝୀ ଓ ମୁଖପାତ୍ର ପଦ୍ମାକର ଗୁରୁ । ସେମାନେ ସ୍ୱାତିର ବାପା ମାଆଙ୍କଠାରୁ ପୁରା ଘଟଣା ବିଷୟରେ ଜାଣିବା ସହ ଶବ ମିଳିଥିବା ପୋଖରୀ ସ୍ଥାନ ପରିଦର୍ଶନ କରିଥିଲେ । ପରେ ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସ୍ୱାତିକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢେଇ କରିବ । କେହି ପ୍ରତିବନ୍ଧକ ସାଜିଲେ ତାହାକୁ ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସ କହିଛି । ପୂର୍ବରୁ ମଧ୍ୟ ଜିଲ୍ଲା କଂଗ୍ରେସ ସ୍ୱାତିର ପରିବାରକୁ ଭେଟିଥିଲା । ଗତ ୧୫ ତାରିଖ ଦିନ ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରୁ ସ୍ୱାତୀର ମୃତ ଦେହ ଉଦ୍ଧାର ହୋଇଛି । ପୁଲିସ ଓ ସାଇଣ୍ଟିଫିକ୍ ଟିମ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ସ୍ଥାନୀୟ ଏସଡିପିଓ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବିଧିପାଟଣା ଗାଁର ସଞ୍ଜୟ କୁମାରଙ୍କ ୩ ବର୍ଷର ଝିଅ ହେଉଛି ସ୍ୱାତି । ୧୨ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହୋଇଥିଲା ନିଖୋଜ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0