spot_img

ପୁରୀ କେନାଲ ବନ୍ଧ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ବାଲିଅନ୍ତା :ହଂସପାଳ ଜାତୀୟ ରାଜପଥ – ୫ ରୁ ବାଲିଅନ୍ତା ବଜାରକୁ ସଂଯୋଗ କରୁଥିବା ପୁରୀ କେନାଲ ବନ୍ଧରାସ୍ତାରୁ ଜବରଦଖଲ ଉଚ୍ଛେଦ କାର୍ୟ୍ୟ ବ୍ୟାପକ ହୋଇଛି । ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ଲଗାଇ ଉଭୟ ପାର୍ଶ୍ବ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଆଜବେଷ୍ଟସ ଘର, ପ୍ରାଚୀର, ଦୁଇମହଲା କୋଠାଘର, ଏକମହଲା ଛାତ, ଗାଧୁଆ ଘର ଭାଙ୍ଗି ଦିଆଯାଇଥିଲା । ତାରିଣୀ ମନ୍ଦିର ମଧ୍ୟ ଉଚ୍ଛେଦରୁ ବାଦ ପଡ଼ିନଥିଲା । ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ ମଧ୍ୟ ଏନଫୋର୍ସ ଟିମ କିଛି ଶୁଣିନଥିଲେ । ତାରିଣୀ ମନ୍ଦିରର ଅଧାଅଂଶକୁ ଭାଙ୍ଗି ଦିଆଯାଇଥିଲା । ମନ୍ଦିର ଭଙ୍ଗାଯିବା ବେଳେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତପଡ଼ିଥିଲା ।ସୂଚନାନୁଯାୟୀ ଏନଏଚ – ୫ରୁ ବାଲିଅନ୍ତା ବଜାର ପର୍ୟ୍ୟନ୍ତ ପ୍ରାୟ ୨ କିମି ପର୍ୟ୍ୟନ୍ତ ରାସ୍ତାକୁ ନବୀକରଣ କରାଯିବା ଲାଗି ଭୁବନେଶ୍ବର ପୂର୍ତ୍ତ ବିଭାଗ ଡିଭିଜନ – ୪ ପକ୍ଷରୁ ଆବଶ୍ୟକ ଅନୁଦାନ ଅର୍ଥ ମଂଜୁର ହୋଇଛି । ହେଲେ ଉଚ୍ଛେଦ କାର୍ୟ୍ୟ ହୋଇପାରିନଥିବାରୁ ରାସ୍ତା ନବୀକରଣ କାର୍ୟ୍ୟ ଆରମ୍ଭ ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular