spot_img

ପ୍ରଥମରୁ ହିଁ ଅଷ୍ଟ୍ରେଲିଆକୁ ମିଳିଲା ବଡ ଝଟକା

ଆଡିଲେଡ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦ୍ୱିତୀୟ ଦିନରେ ୨୪୪ ରନ କରିବାରେ ସକ୍ଷମ ହୋଇପାରିଥିଲା । ପ୍ରଥମ ଦିନରେ ୬ ୱିକେଟ ହରାଇ ୨୩୩ ରନ କରିଥିବା ବେଳେ ଦ୍ୱିତୀୟ ଦିନରେ ମାତ୍ର ୧୧ ରନ କରି ୨୪୪ ରନ କରିବାରେ ସକ୍ଷମ ହୋଇପାରିଥିଲା ଭାରତୀୟ ଦଳ । ଅନ୍ୟପଟେ ଘରୋଇ ଦଳ ଅଷ୍ଟ୍ରେଲିଆ ଭାରତୀୟ ଦଳ ଅଲଆଉଟ ହେବା ପରେ ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି । ତେବେ ଭାରତୀୟ ଦ୍ରୁତ ବୋଲରଙ୍କ ସାମ୍ନା କରିପାରୁନାହିଁ ଘରୋଇ ଦଳ । ମାତ୍ର ୧୬ ରନରେ ପ୍ରଥମ ୱିକେଟ ହରାଇଛି ଅଷ୍ଟ୍ରେଲିଆ । ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏଲବିଡବ୍ଲୁ୍ୟ କରି ଓପନର ମ୍ୟାଥୁ୍ୟ ୱାଡେନଙ୍କୁ ପ୍ୟାଭିଲିଓନ ଫେରାଇ ଦେଇଛନ୍ତି । ତାଙ୍କ ସହ ଜୟ ବର୍ନ୍ସଙ୍କୁ ମଧ୍ୟ ଏଲବିଡବ୍ଲୁ୍ୟ କରି ତାଙ୍କ ୱିକେଟକୁ ନେବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଭାରତୀୟ ଦଳର ଚାଣକ୍ୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ବୋଲିଂର ଯାଦୁ ଦେଖାଇ ଷ୍ଟିଭ ସ୍ମିତଙ୍କ ୱିକେଟ ନେବାରେ ସକ୍ଷମ ହୋଇ ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular