spot_img

ନିଖୋଜର ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ

ଯାଜପୁର : ନିଖୋଜର ୧୩ ଦିନ ପରେ ଉଦ୍ଧାର ହେଲେ ଯୁବତୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଅପହୃତ ହୋଇଥିବା ଯୁବତୀଙ୍କୁ ଗତକାଲି ଜଗତପୁର ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ । ଏଥି ସହ ଅପହରଣ କରିଥିବା ଯୁବକ ଅବଦୁଲ ସେହମତ ଖାଁକୁ ମଧ୍ୟ ଗିରଫ କରାଯାଇଛି । ଆଜି ସମ୍ପୃକ୍ତ ଯୁବତୀଙ୍କ ଡାକ୍ତରୀମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ତାଙ୍କ ବୟାନ ରେକର୍ଡ କରାଯିବ । ଗତ ୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବ୍ୟାସନଗର ଯାଉଥିଲେ । ମାତ୍ର ବାଟରୁ ତାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ । ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ ୬ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅପହରଣକାରୀ ବଳ ପୂର୍ବକ ବିବାହ କରିବାକୁ ଉଦ୍ୟମ କରିବା ଏବଂ ଗୁଣିଗାରେଡି କରି ମାନସିକ ଶୋଷଣ କରୁଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । କିଛି ଦିନ ପରେ ଯୁବତୀ ଓ ତାଙ୍କ ମାଆଙ୍କର ଏକ ଭିଡିଓ କ୍ଲିପ ଭାଇରାଲ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କ ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଥିଲା । ଜେଏମଏଫସି ଜାମିନ ଆବେଦନର ଶୁଣାଣୀ କରି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular