ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଆଜି ତୃଣମୂଳ କଂଗ୍ରେସ ବିଧାୟକ ଶୀଲଭଦ୍ର ଦତ୍ତ ବିଧାୟକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ଥଫା ଦେଇଛନ୍ତି । ଶ୍ରୀ ଦତ୍ତ ପୂର୍ବ ଦୁଇଦିନରୁ ଇସ୍ତଫା ଦେଉଥିବା ବିଧାୟକ ମାନଙ୍କ ମଧ୍ୟରେ ତୃତୀୟ । ଏହା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରୀ ବିଧାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଏନେଇ ଅନୁମାନ କରାଯାଉଛି କି ଏମାନେ କୌଣସି ସମୟରେ ବିଜେପିରେ ଯୋଗ ଦେଇ ପାରନ୍ତି ।ତୃଣମୂଳ କଂଗ୍ରେସର ନେତାମାନେ ଏଭଳି ସମୟରେ ଦଳରୁ ଇସ୍ତଫା ଦେଉଛନ୍ତି ଯେଉଁ ସମୟରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ବିଜେପିରେ ସାମିଲ ହେବାକୁ ତୃଣମୂଳ କଂଗ୍ରେସ ନେତା ମାନଙ୍କର ଲମ୍ବା ଲାଇନ ଲାଗୁଛି । ଅନୁମାନ କରାଯାଉଛି କି ଟିଏମସିରୁ ଇସ୍ତଫା ଦେଉଥିବା ନେତା ମାନେ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇ ପାରନ୍ତି ।ଅନ୍ୟପଟେ ପ୍ରଥମେ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ବିଜେପି ପାଇଁ ବେସ୍ ଲାଭବାନ ହୋଇ ପାରନ୍ତି । କାରଣ ୨୦୧୬ ରେ ପଶ୍ଚିମବଙ୍ଗରେ ଟିଏମସି ସରକାରକୁ ଆସିବାରେ ତାଙ୍କର ବେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଶୁଭେନ୍ଦୁ ରାଜ୍ୟର ପଶ୍ଚିମାଞ୍ଚଳରେ ଜଣେ ବେସ୍ ପ୍ରତିଭାଶାଳୀ ନେତା ଭାବେ ପରିଚିତ । ତାଙ୍କର ୫୦ ରୁ ଅଧିକ ବିଧାନସଭା କ୍ଷେତ୍ରରେ ଦବ୍ ଦବା ରହିଛି । ଶାହାଙ୍କ ଗସ୍ତବେଳେ ସେ ବିଜେପିରେ ସାମିଲ ହେବା ବିଜେପି ପାଇଁ ଆକର୍ଶଣର କେନ୍ଦ୍ର ବିନ୍ଦୁ ପାଲଟିବେ । କାରଣ ବିଜେପି ଆସନ୍ତା ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଗଠନ କରିବା ନେଇ ପୁରା ଦମ୍ ଲଗାଇ ଦେଇଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0