spot_img

ବିରୋଧୀ ଦଳଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିଷୟରେ ସମଗ୍ର ଦେଶବାସୀଙ୍କୁ ଭଚୁ୍ୟଆଲ ସୋ’ ମାଧ୍ୟମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସିଧାସଳଖ ବିପକ୍ଷ ଦଳ ମାନଙ୍କୁ ଟାଗେର୍ଟ କରି କହିଛନ୍ତି, ଯେତିକି ସେମାନେ ପ୍ରତିଶୃତି ଦେଇଥାନ୍ତି ସେତିକିର ରୁଣ କେବେ ବି ସେମାନେ ଛାଡ କରିନଥାନ୍ତି । ତେବେ କଂଗ୍ରେସର ସମ୍ପର୍କୀୟ ତଥା ସମ୍ପର୍କୀୟମାନେ ଏହି ସୁବିଧା ପାଇଥା’ନ୍ତି। ସେମାନେ କେବଳ ବଡ କୃଷକଙ୍କ ରୁଣ ଛାଡ କରୁଥିଲେ ଏବଂ ଭାବିଥିଲେ ସେମାନଙ୍କର କାମ ସରିଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତ, ୧୦ ବର୍ଷରେ ଥରେ କଂଗ୍ରେସ ୫୦ ହଜାର କୋଟି ଟଙ୍କା ରୁଣ ଛାଡ ବିଷୟରେ କହିଥିଲା । କିନ୍ତୁ ଆମ ସରକାର କୃଷକଙ୍କ ସମ୍ମାନ ଯୋଜନା ଅଧୀନରେ ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କା ଦିଆଯାଉଛି। ଏହି ପରି ଭାବରେ ସିଧାସଳଖ ବିପକ୍ଷ ଦଳ ମାନଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular